ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବା ପୂର୍ବରୁ ମଧ୍ୟ ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିବା ନେଇ ଚର୍ଚ୍ଚା ହେଉଥିଲା।
ଏକଦିବସୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ରେକର୍ଡ଼ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି। କେରଳମ୍ ସ୍ଥିତ ତିରୁବନନ୍ତପୁରମ ଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳାଯିବା ପୂର୍ବରୁ ସେ ନୂଆ ରେକର୍ଡ଼ କରିବା ନେଇ ମଧ୍ୟ ଆଲୋଚନା ହେଉଥିଲା। ଏଐବେ ରନ୍ ସଂଗ୍ରହ କରିବା କ୍ଷେତ୍ରରେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି। ପ୍ରାୟ ୫୫ ବର୍ଷର ଏକଦିବସୀୟ କ୍ରିକେଟ୍ ଇତିହାସରେ ୧୫,୦୦୦ ରନ ସ୍କୋର କରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ୍ ହୋଇଛନ୍ତି ବିରାଟ କୋହଲି। ରନ୍ ସଂଗ୍ରହ କରିବା କ୍ଷେତ୍ରରେ ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ କେବଳ ଦ୍ରୁତତମ ୧୫,୦୦୦ ରନ୍ ସଂଗ୍ରହ କରିନାହାଁନ୍ତି। ବରଂ ତିନୋଟି ପ୍ରମୁଖ ଦିଗରେ ମଧ୍ୟ ସର୍ବାଧିକ ରନ ସ୍କୋର କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଥିଲେ।
୧. ବୟସରେ ସଚିନ ତେନ୍ଦୁଲକରଙ୍କ ଠାରୁ କମ୍
ଯେତେବେଳେ ସଚିନ ତେନ୍ଦୁଲକର ଦିନିକିଆ କ୍ୟାରିୟର ରେ ୧୫,୦୦୦ ରନ ସ୍କୋର କରିଥିଲେ, ସେତେବେଳେ ତାଙ୍କର ବୟସ ୩୭ ବର୍ଷ ୩୨୬ ଦିନ ହୋଇଥିଲା। ହେଲେ କୋହଲି ୩୪ ବର୍ଷ ୬୬ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ। ଯାହାର ଅର୍ଥ ହେଉଛି କୋହଲି, ତେନ୍ଦୁଲକରଙ୍କ ପ୍ରାୟ ୪ ବର୍ଷ ପୂର୍ବରୁ ଏହି ସଫଳତା ହାସଲ କରିଥିଲେ। ଯାହା ତାଙ୍କର ଦମଦାର ପ୍ରଦର୍ଶନକୁ ଦର୍ଶାଉଛି।
୨. ସଚିନଙ୍କ ଅପେକ୍ଷା କମ୍ ଇନିଂସ ଖେଳିଥିଲେ
ଇନିଂସ ଖେଳିବା ମାମଲାରେ କୋହଲି, ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ଏହି ସଫଳତା ହାସଲ କରିବା ପାଇବା ପାଇଁ ୩୭୭ ଇନିଂସ ଖେଳିଥିଲେ। ଯେତେବେଳେ କୋହଲି, ତେନ୍ଦୁଲକରଙ୍କ ଅପେକ୍ଷା ୭୪ ଇନିଂସ କମ୍ ଖେଳିଥିଲେ। କୋହଲି ୩୦୩ ଇନିଂସ ଖେଳି ୧୫ ହଜାର ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ।
୩. ସଚିନଙ୍କ ଅପେକ୍ଷା କମ୍ ବଲ୍ ଖେଳିଥିଲେ କୋହଲି
ଯେତେବେଳେ ସଚିନ ତେନ୍ଦୁଲକର ତାଙ୍କ ୧୫,୦୦୦ ରନ ସ୍କୋର ହାସଲ କରିଥିଲେ, ସେତେବେଳେ ସେତେବେଳକୁ ସେ ୧୭,୫୨୮ ବଲ୍ ଖେଳିଥିଲେ। ଯେତେବେଳେ କୋହଲି ତାଙ୍କ ଠାରୁ ୧୫୭୮ ବଲ୍ କମ୍ ଖେଳିଥିଲେ। ଏହି ସଫଳତା ପାଇବା ପାଇଁ କୋହଲି ୧୫,୯୫୦ ବଲ୍ ଖେଳିଥିଲେ।
କେବଳ ଏଥିରେ ସଚିନଙ୍କ ପଛରେ ରହିଗଲେ କୋହଲି
ଯେତେବେଳେ ତାଙ୍କ କ୍ୟାରିଅର ଆରମ୍ଭରୁ ଅର୍ଥାତ୍ ପ୍ରଥମ ଦିନିକିଆ ଖେଳିବା ପରଠାରୁ ସର୍ବାଧିକ ଦ୍ରୁତତମ ୧୫,୦୦୦ ରନ୍ ହାସଲ କରିବାର କଥା ଆସେ, ବିରାଟ କୋହଲି ଏହି କ୍ଷେତ୍ରରେ ସଚିନ ତେନ୍ଦୁଲକରଙ୍କ ଠାରୁ ପଛରେ ରହିଗଲେ। ସଚିନ ତେନ୍ଦୁଲକର ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବା ପର ଠାରୁ ଏହି ସଫଳତା ପାଇବା ପାଇଁ ୬୪୦୨ ଦିନ ସମୟ ନେଇଥିଲେ। ହେଲେ କୋହଲି ସମାନ ସଫଳତା ପାଇବା ପାଇଁ ୬୬୧୪ ଦିନ ସମୟ ନେଇଥିଲେ। ବିରାଟ ଏହି କ୍ଷେତ୍ରରେ ସଚିନଙ୍କ ଅପେକ୍ଷା ୨୧୨ ଦିନ ଅଧିକ ସମୟ ନେଇଥିଲେ।
